ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ । ନଭେମ୍ବର ୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ଅନ୍ୟ ଦାୟର ମାମଲା ସହ ଏକାଠି ଶୁଣାଣି କରିବେ ହାଇକୋର୍ଟ । ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ନେଇ ବିଜେପି ମୁଖପାତ୍ର ସମ୍ବିତି ପାତ୍ର ହାଇକୋର୍ଟରେ ମାମଲା କରିଥିଲେ।
ସୂଚନା ଅନୁସାରେ ପୁରୀ ବଳଗଣ୍ଡି ମୌଜାରେ ଏହି ପୁରାତନ ଧର୍ମଶାଳକୁ ୧୯୦୫ ମସିହାରେ କହ୍ନେୟାଲାଲ ବଗଲା ନାମକ ଜଣେ ବ୍ୟକ୍ତି ଦାନ ସୂତ୍ରରେ ଅର୍ପଣ କରିଥିଲେ । ସେତେବେଳେ ଏହାର ଦାୟିତ୍ୱ ତତ୍କାଳୀନ ପୁରୀ ଜିଲ୍ଲାପାଳ ତଥା ସେ ସମୟରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଭାରତୀୟ ଲଜିଂ ହାଉସ୍ ଫଣ୍ଡ କମିଟି ସଭାପତିଙ୍କୁ ଦାନ କରିଥିଲେ। ଆଉ ସେବେଠାରୁ ସ୍ୱଳ୍ପ ମୂଲ୍ୟରେ ଏମିତିକି ୫୦ରୁ ୨ଶହ ଟଙ୍କାରେ ଯାତ୍ରୀ ଓ ଭକ୍ତଙ୍କୁ ରହଣୀ ପାଇଁ କୋଠରୀ ସୁବିଧା ମିଳୁଥିଲା
ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ସଲଗ୍ନ ୭୫ ମିଟର ଚୌଦହି ସୌନ୍ଦର୍ଯ୍ୟକରଣ ଯୋଜନାରେ ଉଚ୍ଛେଦ ହୋଇଥିବା ଲଜ୍ ମାଲିକମାନଙ୍କୁ ଥଇଥାନ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲା ପ୍ରଶାସନ ଅନ୍ୟ କୌଣସି ସ୍ଥାନ ନବାଛି ବଗଲା ଧର୍ମଶାଳା ଜମିକୁ ଖଣ୍ଡ ଖଣ୍ଡ କରି ସେମାନଙ୍କୁ ବିକ୍ରି କରିବା ଘଟଣାକୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0