ଭୁବନ : ଢେଙ୍କାନାଳ ଜିଲ୍ଲାର ଭୁବନରେ ବଜ୍ରାଘାତରେ ଜଣଙ୍କର ମତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ପବନ ଦାସ । ତାଙ୍କ ବୟସ ୬୦ ବର୍ଷ । ସେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ୩ର ବାସିନ୍ଦା ।
ସୂଚନା ଅନୁସାରେ ପବନ ଦାସ ଗାଈ ଚରାଇବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା । ସେହିପରି ଭୁବନ ଥାନା ଅନ୍ତର୍ଗତ ଅସୁରବନ୍ଧ ଗାଁରେ ବଜ୍ରାଘାତରେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ୩୩ ବର୍ଷ ବୟସ୍କ ଚଗଲୀ ମଲ୍ଲିକ, ୫୦ ବର୍ଷ ବୟସ୍କ ଦେବକୀ ମଲ୍ଲିକ, ୨୨ ବର୍ଷ ବୟସ୍କ କଣ୍ଢେଇ ମଲ୍ଲିକ ଏବଂ ରାଜା ମଲ୍ଲିକ । ଆହତ ହୋଇଥିବା ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0