ଭୁବନେଶ୍ୱର : ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ ପମ୍ପ ନିକଟରେ ହୋଇଥିବା ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ନିଖୋଜ ବୋଲି କୁହାଯାଉଥିବା ସୀମାଞ୍ଚଳ ପରିଡ଼ାଙ୍କ ସମ୍ପର୍କରେ ଏଯାଏଁ କୌଣସି ସଠିକ ସୂଚନା ମିଳିପାରି ନାହିଁ। ସେ ମୃତ ନା ଜୀବିତ ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ଇତି ମଧ୍ୟରେ DNA ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ସୀମାଞ୍ଚଳଙ୍କ ବାପା, ମା’ ଓ ଭାଇ ଅଛନ୍ତି। ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାର ତଦନ୍ତ କରୁଛି କମିଶନରେଟ୍ ପୁଲିସ। ଏ ନେଇ ନିଜ ଆଡୁ ମାମଲା କରିଛି କମିଶନରେଟ ପୁଲିସ୍ । ବିସ୍ଫୋରଣ ପରେ ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡକୁ ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0