ନୂଆଦିଲ୍ଲୀ: ଟିଆରପି ମହାଦୁର୍ନୀତିରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା ରିପବ୍ଲିକ ଟିଭି ଓ ତା’ର ସମ୍ପାଦକ ଅର୍ଣ୍ଣବ ଗୌସ୍ୱାମୀଙ୍କ ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ସୁପ୍ରିମକୋର୍ଟରେ ଆବେଦନ ପୂର୍ବରୁ ପ୍ରଥମେ ବମ୍ବେ ହାଇକୋର୍ଟରେ ଆବେଦନ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ୩ ଜଣ ବିଶିଷ୍ଟ ଏକ ଖଣ୍ଡପୀଠରେ କହିଛନ୍ତି । ସୂଚନା ଅନୁସାରେ, ସୁପ୍ରିମକୋର୍ଟ ଅର୍ଣ୍ଣବଙ୍କୁ କହିଛନ୍ତି, ତୁମ ଅଫିସ ଓରଲିଠାରେ ଅଛି । ସେଇ ପାଖା ପାଖି ଅଞ୍ଚଳରେ ବମ୍ବେ ହାଇକୋର୍ଟ ଅଛି । ତେଣୁ ପ୍ରଥମେ ହାଇକୋର୍ଟ ଉପରେ ବିଶ୍ୱାସ ରହିବା ଉଚିତ । ଆଗ ସେଠାରେ ଆବେଦନ କରନ୍ତୁ । ଏପରି ଏକ ଟିପ୍ପଣୀ ପାଇ ରିପବ୍ଲିକ ଟିଭି ସମସ୍ତଙ୍କର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0