ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ବିଜୁ ଯୁବ ଜନତା ଦଳ । ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହାସହ ମାଷ୍ଟର କ୍ୟାଣ୍ଟିନ ଛକରେ ମାସ୍କ ବଣ୍ଟନ ଓ ଜନ ସଚେତନତାର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଓଡ଼ିଶା ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ କରାଯାଇଛି । ଯୁବ ଜନତା ଦଳ , ଓଡିଶା ମୋ ପରିବାର ଏବଂ ଓଡ଼ିଶା ବ୍ଲଡ ବ୍ୟାଙ୍କର ମିଳିତ ସହଯୋଗରେ ରକ୍ତଦାନ ଚାଲିଛି । ତେବେ ଯୁବ ପିଢିକୁ ଉତ୍ସାହିତ କରିବାକୁ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଯୋଗ ଦେଇଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0