ମୁମ୍ବାଇ: ଚଳିତ ବର୍ଷ ବିହାର ନିର୍ବାଚନରେ ବିଜେପି ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଫିଲ୍ମ ନିର୍ମାତା ଅନୁଭବ ସିହ୍ନା । ତେବେ ବିଜେପି ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଥିବା ଭୋଜପୁରୀ ରାପ୍ ଭୋଜପୁରୀ ରାପ୍ ସଙ୍ଗୀତ ‘ବମବଇ ମେ କା ବା’କୁ ଖୋଲାଖୋଲି ଭାବେ ବିଜେପି ନକଲ କରି ତା’ର ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛନ୍ତି । ସିହ୍ନା ଏହି ଗୀତରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦଶା ଦେଖାଇବାକୁ ଚେଷ୍ଟା କରିଛନ୍ତି । ଯେଉଁମାନେ ରୋଜଗାର ସନ୍ଧାନରେ ନିଜ ଗାଁ ଛାଡି ସହରକୁ ଯାଉଛନ୍ତି। ତେବେ ଏହି ଗୀତଟି ଗତ ମାସରେ ରିଲିଜ ହୋଇଥିବାର ସୂଚନା ମିଳିଛି । ଅନ୍ୟପଟେ ବିହାର ବିଜେପି ମହାସଚିବ ଦିବେଶ କୁମାର କହିଛନ୍ତି ଏ ମାମଲା ତଥ୍ୟ ନ ମିଳିବା ଯାଏଁ ଏହା ଉପରେ ଟିପ୍ପଣୀ ଦେଇ ହେବ ନାହିଁ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0