ବାଲେଶ୍ୱର ସଦର ଓ ତିର୍ତେଲ ବିଧାନସଭା ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ବିଜେଡି।ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମେତ ୨ ଜଣ ମହିଳାଙ୍କୁ ସ୍ଥାନ ମିଳିଛି। ଏଥି ସହିତ ମନ୍ତ୍ରୀ ପ୍ରତାପ ଜେନା, ନବ କିଶୋର ଦାସ, ଅରୁଣ କୁମାର ସାହୁ, ନିରଞ୍ଜନ ପୂଜାରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ,ଅନନ୍ତ ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସାଂସଦ ରାଜଶ୍ରୀ ମଲ୍ଲିକ , ସଞ୍ଜୟ ଦାସ ବର୍ମା ରହିଛନ୍ତି । ସେହିପରି ଏହି ତାଲିକାରେ ଆକାଶ ଦାସ ନାୟକ, ଅରିନ୍ଦମ ରାୟ, କୁନା ତ୍ରିପାଠୀଙ୍କ ନାଁ ରହିଛି । ତେବେ ସାଂସଦ ଅନୁଭବ ମହାନ୍ତିଙ୍କୁ ଏହି ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦିଆଯାଇଛି ।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0