spot_img

ଟି୨୦ କ୍ରିକେଟରେ ବିରଳ ରେକର୍ଡର ଅଧିକାରୀ ହେଲେ କ୍ରିସ ଗେଲ

ଦୁବାଇ: ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ କ୍ରିସ ଗେଲ ସମଗ୍ର ବିଶ୍ୱରେ ବେଶ ପରିଚିତ । ତେବେ ଟି୨୦ କ୍ରିକେଟ ଫର୍ମାଟରେ ଏକ ବିରଳ ରେକର୍ଡ ସ୍ଥାପନ କରି ପୁଣିଥରେ କ୍ରିସ ଗେଲ ଚର୍ଚ୍ଚାକୁ ଆସିଛନ୍ତି । ଟି୨୦ କ୍ରିକେଟରେ କେବଳ ଛକା ଓ ଚଉକା ବଳରେ ସେ ୧୦ ହଜାର ରନ ସଂଗ୍ରହ କରିଛନ୍ତି । ଏପରି ବିରଳ ରେକର୍ଡ ସ୍ଥାପନ କରିବାରେ କ୍ରିସ ଗେଲ ସାରା ବିଶ୍ୱରେ ପ୍ରଥମ କ୍ରିକେଟର । ସେ ମୋଟ ୧୦୨୭ଟି ଚଉକା ଓ ୩୮୨ଟି ଛକା ମାରିଛନ୍ତି । ଏହାସହ ସେ ଆଇପିଏଲରେ ଆଉ ଏକ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ସେ ମୋଟ୍ ୨୭ଟି ଇନିଂସରେ ୫ବା ଅଧିକ ଛକା ଲଗାଇଛନ୍ତି । ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଧୂଆଧାର ପାଳି ଖେଳିଥିଲେ । ସେ ୩୬ ବଲରୁ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ମୋଟ ୪୫ଟି ବଲ ଖେଳି ୫ ଛକା ଓ ଗୋଟିଏ ଚଉକା ସାହାଯ୍ୟରେ ୫୩ ରନ୍ କରିଥିଲେ । ନିଜ ଅର୍ଦ୍ଧଶତକୀୟ ଇନିଂସ ବଳରେ ଗେଲ୍ ଆଇପିଏଲରେ ନିଜର ୪୫୦୦ ରନ୍ ପୂରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular