ବିଶାଖାପଟ୍ଟନମ: ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମରେ ଥିବା ଏକ କେମିକାଲ୍ ପ୍ଲାଣ୍ଟରେ ସିରିଜ୍ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଛି। ସହରର ଫାର୍ମାସିଟିରେ ଥିବା ରାମ୍କି ସିଇଟିପି ସଲ୍ଭେଣ୍ଟ୍ସ ବିଲ୍ଡିଂରେ ସୋମବାର ବିଳମ୍ବିତ ରାତ୍ରରେ ଏହି ଅଗ୍ନିକାଣ୍ଡ ଘଟିଯାଇଛି। ଏହାସହ ଅଗ୍ନିକାଣ୍ଡରେ ଅନେକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି।

ସ୍ଥାନୀୟ ଲୋକେ ଖବର ଦେବା ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଦୀର୍ଘ ୪ ଘଣ୍ଟା କାଳ ଅପରେସନ୍ ପରେ ନିଆଁକୁ ଆୟତ୍ତ କରିଥିଲା। ଏଥିରେ ୧୨ଜଣ ଅଗ୍ନିଶମ ବିଭାଗ କର୍ମଚାରୀ ନିୟୋଜିତ ହୋଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ପୁଲିସ୍କର୍ମୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନିଆଁ ପ୍ରଥମରେ ରିଆକ୍ଟରରୁ ଲାଗିବା ଆରମ୍ଭ ହୋଇ ପରେ ଚାରିଆଡ଼କୁ ବ୍ୟାପି ଯାଇଥିଲା।
ଏଠାରେ ସୂଚାନାଯୋଗ୍ୟ ପୂର୍ବରୁ ମେ ୭ରେ ସହରର ଏଲ୍ଜି ପଲିମରରେ ହୋଇଥିବା ବିସ୍ପୋରଣରେ ୧୪ଜଣଙ୍କର ମୃତୁ୍ୟ ହୋିଥିବା ବେଳେ ଅନେକ ଗୁରୁତ୍ତର ଆହାତ ହୋଇଥିଲେ ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0