ନୂଆଦିଲ୍ଲୀ: ଏକଥା ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱାସ କରୁ ଯେ ସୀତା ମାତାଙ୍କୁ ଆମେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ରଙ୍କ ସହ ବିବାହ କରାଇଛୁ । କିନ୍ତୁ ପ୍ରକୃତ ଅଯୋଧ୍ୟା ଭାରତର ନୁହେଁ ବରଂ ନେପାଳରେ ରହିଛି । ରାମଚନ୍ଦ୍ର ଭାରତୀୟ ନୁହଁନ୍ତି ବୋଲି ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ବିବାଦୀୟ ବୟାନ ଦେଇଛନ୍ତି ।
ସେ କରିଥିବା ଦାବି ଅନୁଯାୟୀ ନେପାଲର ବୀରଗୁଞ୍ଜ ଜିଲ୍ଲାରେ ଥିବା ଏକ କ୍ଷୁଦ୍ର ଗ୍ରାମର ନାମ ଅଯୋଧ୍ୟା । ଏହା ରାଜଧାନୀ କାଠମାଣ୍ଡୁ ନିକଟରୁ ୧୩୫କିମି ଦୂରରେ ଅବସ୍ଥିତ ଏହା ରାମଙ୍କର ପ୍ରକୃତ ଜନ୍ମଭୂମି । ପପ୍ରଧାନମନ୍ତ୍ରୀ ଓଲିଙ୍କ ଏହି ନୂତନ ବୟାନ ଭାରତରେ ପୁଣି ଚହଳ ସୃଷ୍ଟି କରିଛି।
ପୂର୍ବରୁ ନେପାଳ ଭାରତର ଲିପୁଲେଖ, କଳାପାଣି, ଲିମ୍ପ୍ୟାଧୁରାକୁ ନେପାଳ ନିଜର ମାନଚିତ୍ରରେ ଦର୍ଶାଇ ବିବାଦ ସୃଷ୍ଟି କରିଥିଲା। ନେପାଳ ଜାରି କରିଥିବା ଏହି ନୂତନ ମାନଚିତ୍ରକୁ ନେପାଳ ସଂସଦ ମଞ୍ଜୁର କରିଥିଲା। ଭାରତର ଏହି ୩ଟି ଭୂଖଣ୍ଡକୁ ନିଜର ଦାବି କରିବା ପରେ ଏବେ ଅଯୋଧ୍ୟା ଏବଂ ପ୍ରଭୁ ରାମଚନ୍ଦ୍ରଙ୍କୁ ତାଙ୍କର ବୋଲି କହି ପ୍ରଧାନମନ୍ତ୍ରୀ ଓଲି ନୂଆ ବିବାଦ ସୃଷ୍ଟି କରିଛନ୍ତି। ଏହାସହ ଗତ ସପ୍ତାହରେ ନେପାଳ ସରକାର କେବଳ ଦୂରଦର୍ଶନ ବ୍ୟତୀତ ସମସ୍ତ ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ ପ୍ରସାରଣକୁ ମଧ୍ୟ ବନ୍ଦ କରିଦେଇଛନ୍ତି। ଫଳରେ ନେପାଳ ଓ ଭାରତ ମଧ୍ୟରେ ଥିବା ବନ୍ଧୁତା ଓ ସୌର୍ହାଦ୍ୟ ପୂର୍ଣ୍ଣ ସର୍ମ୍ପକ ଧୀରେଧୀରେ ତିକ୍ତ ହେବାରେ ଲାଗିଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0