କୋଣାର୍କ : ସୌରଶକ୍ତି ଆଲୋକରେ ଝଲସିବ କୋଣାର୍କ। ୨୦୨୧ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକାରୀ ହେବ ପ୍ରକଳ୍ପ। କଳାହାଣ୍ଡିରେ ୧୦ ମେଗାୱାଟ ସୌରଶକ୍ତି ପ୍ଲାଣ୍ଟ୍ ସ୍ଥାପନ କରାଯିବ। ଏନେଇ ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି। କୋଣାର୍କ ପାଇଁ ଆବଶ୍ୟକ ସୌରଶକ୍ତି କଳାହାଣ୍ଡିଠାରେ ଉତ୍ପାଦିତ ହେବ। ପଶ୍ଚିମ ଓଡ଼ିଶାରେ ମାତ୍ରାଧିକ ସୌରଶକ୍ତି ବିକିରଣ ହେଉଥିବାରୁ ଏହାକୁ ବିନିଯୋଗ କରାଯିବ। କଳହାଣ୍ଡିରେ ଉତ୍ପାଦିତ ବିଦ୍ୟୁତ ଶକ୍ତି ପୁରୀ ଶ୍ରୀମନ୍ଦିରକୁ ଯୋଗାଇ ଦିଆଯାଉଥିବା ବେଳେ ପୁଣି କୋଣାର୍କକୁ ସୌରଶକ୍ତି ଉତ୍ପାଦନ କରିବା କଳାହାଣ୍ଡି ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0