spot_img

ଭାଇରାଲ ହେଉଛି ତମନ୍ନାଙ୍କ ୱାର୍କାଆଉଟ ଭିଡ଼ିଓ

ମୁମ୍ବାଇ: ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ବାହୁବଳି ଫିଲ୍ମର ହୀରୋଇନ ତମନ୍ନା ଭାଟ୍ଟିଆଙ୍କ ୱାର୍କାଉଟ ଭିଡ଼ିଓ । ଭିଡ଼ିଓରେ ତମନ୍ନା ଯୋଗ କରୁଥିବା ସହ ନିଜର ପ୍ରଶଂସକ ମାନଙ୍କୁ ହେଲଥ ଟିପ୍ସ ମଧ୍ୟ ଦେଉଛନ୍ତି । ସୋସିଆଲ ମିଡ଼ିଆରେ ସବୁବେଳେ ଆକ୍ଟିଭ ରହୁଥିବା ଏହି ହିରୋଇନ ଜଣଙ୍କ କିଛି ଦିନ ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିବା କଥା ସୂଚନା ଦେଇଥିଲେ । ଯେଉର୍ଥିପାଇଁ ତାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା ।

କିନ୍ତୁ ଏବେ ସେ କରୋନାଭାଇରସରୁ ମୁକ୍ତ ହୋଇଛନ୍ତି । କରୋନା ଭାଇରସରୁ ମୁକ୍କ୍ ହେବା ପରେ ତମନ୍ନା ଏବେ ଘରେ ରହି ଯୋଗ କରୁଛନ୍ତି । ଯାହାର ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି ।

ଭିଡ଼ିଓ ପୋଷ୍ଟ କରିବା ସହ ସେ ଲେଖିଛନ୍ତି ଯେ ମୋତେ ନିଜର ଶକ୍ତି ସୁଦୃଢ଼ କରିବା ପାଇଁ ପିଲାଙ୍କ ଭଳି ଧିରେ ଧିରେ ଆଗକୁ ବଢ଼ିବାକୁ ପଡ଼ିବ । କରୋନା ଭାଇରସରୁ ମୁକ୍ତହେବା ପରେ ଯୋଗ କରିବା ଶରିର ପାଇଁ ସବୁଠୁ ବଡ଼ ମହତ୍ତ୍ୱ ପୂର୍ଣ୍ଣ ଅଟେ । କିନ୍ତୁ ଯେତିକି ଆପଣଙ୍କ ଶରୀର ସହ୍ୟ କରିପାରିବ ସେତିକ କରିବା ଦରକାର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular