କଟକ : ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଲା କାର । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା କଟକ-ଭୁବନେଶ୍ବର ରାସ୍ତାର ତେଲେଙ୍ଗାପେଣ୍ଠ ଅଞ୍ଚଳରେ ଘଟିଛି । କେନାଲ ଭିତରକୁ କାରଟିଏ ପଶଯିବାରୁ ୩ଜଣଙ୍କର ମୃତ୍ୟୁ ହୋଇଛି। ଏକ ଜାଗୁଆର କାର ଦ୍ରୁତ ଗତିରେ କଟକରୁ ଭୁବନେଶ୍ବର ଆଡ଼କୁ ଯାଉଥିଲା। ରାତି ପ୍ରାୟ ୩ଟା ସମୟରେ ଏହି କାର ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଯାଇଥିଲା। ୩ଜଣଙ୍କର ଅବସ୍ଥା ଗୁରୁତର ହୋଇଥିଲା। ପୁଲିସ୍ ସେମାନଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ନେଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0