spot_img

ରାଜସ୍ଥାନ ରୟାଲ୍ସ ବନାମ ବାଙ୍ଗାଲୋର, ଚେନ୍ନାଇକୁ ଭେଟିବ ଆଜି ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣ-୧୩ର ଆଜି ୩୩ତମ ମ୍ୟାଚ । ଆଜି ଦୁଇଟି ମ୍ୟାଚ ଖେଳାହେବାକୁ ଥିବାବେଳେ ପ୍ରଥମ ମ୍ୟାଚ ଦିନ ୩.୩୦ରେ ଦୁବାଇରେ ଖେଳାଯିବ । ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର ପଡିଆକୁ ଓହ୍ଲାଇବ । ଅନ୍ୟପଟେ ସଂନ୍ଧ୍ୟା ୭.୩୦ରେ ସାରଜା ଖେଳାଯିବ ଦ୍ୱିତୀୟ ମ୍ୟାଚ । ଏହି ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସକୁ ଦିଲ୍ଲୀ କ୍ୟାପିଟାଲ୍ସ ଭେଟିବ । ବିରାଟ କୋହଲିଙ୍କ ନେତୃତ୍ୱାଧିନ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ଚମକ୍ରାର ଫର୍ମରେ ଅଛି । ଷ୍ଟାର ପ୍ଲେୟାର ଭାବେ ଦଳରେ ଏବି.ଡ଼ିଭିଲର୍ସ, ଆରୋନ ଫିଞ୍ଚଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଅଛନ୍ତି । ସେହିପରି ବୋଲିଂ ବିଭାଗରେ ଡ଼େଲ ଷ୍ଟେନ, ଉମେଶ ୟାଦବ ଓ ନମଦ୍ୱୀପ ସାଇନିଙ୍କ ଭଳି ପ୍ରମୁଖ ବୋଲର ଅଛନ୍ତି । ତେବେ ଆଜିର ମ୍ୟାଚରେ ଆରସିବି ଏକ ବଡ ସ୍କୋର କରିବ ବୋଲି ଅନୁମାନ କରାଯାଉଛି । ସେହିପରି ରାଜସ୍ଥାନ ରୟାଲ୍ସ ଦଳରେ ଷ୍ଟିଭ ସ୍ମିତ, ସଞ୍ଜୁୁ ସାମସନ ଓ ଜୋସ ବଟଲରଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଖେଳୁଛନ୍ତି । ଅନ୍ୟପଟେ ଦ୍ରୁତ ବୋଲର ଜୟଦେବ ଉନାଦକତ ଓ ଜେଫ୍ରା ଆର୍ଚର ରହିଛନ୍ତି । ସେହିପରି ଏସ ଗୋପାଲ ଓ ରାହୁଲ ତିୱାତିଆଙ୍କ ଭଳି ପ୍ରମୁଖ ସ୍ଫିନର ଦଳରେ ଅଛନ୍ତି । ଯାହାକି ଆଜିର ମ୍ୟାଚରେ ଆରସିବିର ଏକ ବଡ଼ ସ୍କୋରକୁ ରୋକିବାରେ ସହାୟକ ହେବ ।

ii

ସେହିପରି ଆଜିର ଦ୍ୱିତୀୟ ମ୍ୟାଚରେ ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗସ ମ୍ୟାଚକୁ ଜିତିବା ଲକ୍ଷରେ ପଡିଆକୁ ଓହ୍ଲାଇଛି । ତେବେ ସିଏସକେ ଦଳରେ ଫ୍ଲାପ ଡ଼ୁପ୍ଲେସିସ, ସେନ ୱାଟସନ, ଅମ୍ବାତି ରାଇଡ଼ୁ, ରବିନ୍ଦ୍ର ଜାଡ଼େଜା ଓ କ୍ୟାପଟେନ ଧୋନିଙ୍କ ଭଳି ପ୍ରମୁଖ ବ୍ୟାଟସମ୍ୟାନ ଅଛନ୍ତି । ସେହିପରି ବୋଲିଂରେ ଲୁଙ୍ଗି ଏନଗିଡ଼ି, ରବିନ୍ଦ୍ର ଜାଡ଼େଜା ଏବଂ ଦୀପକ ଚହରଙ୍କ ଭଳି ଚମକ୍ରାର ବୋଲର ଆଜିର ମ୍ୟାଚ ଖେଳୁଛନ୍ତି । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ ମଧ୍ୟ ଚମକ୍ରାର ଫର୍ମରେ ଅଛି । ଦିଲ୍ଲୀର ବିସ୍ଫୋରକ ଓପନିଂ ବ୍ୟାଟସମ୍ୟାନ ଭାବେ ଶିଖର ଧାୱନ ଓ ପୃଥ୍ୱୀ ସ’ ରହିଛନ୍ତି । ତେବେ ପୂର୍ବ ମ୍ୟାଚରେ ପୃଥ୍ୱୀ ସ’ ଦମଦାର ବ୍ୟାଟିଂ କରି ଦଳକୁ ଏକ ବିଶାଳ ସ୍କୋର କରିବାରେ ସାହାଯ୍ୟ କରିଥିଲେ । ଅନ୍ୟପଟେ ଦଳର ଦ୍ରୁତ ବୋଲର କାଗିସୋ ରାବାଡ଼ା ଓ ଆନରିଚ୍ ନର୍ଟଜେ ଚମକ୍ରାର ଫର୍ମରେ ଅଛନ୍ତି । ସେହିପରି ଦଳରସ୍ପିନର ଅକ୍ଷର ପଟେଲ ମଧ୍ୟ ପୂର୍ବ ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରିଥିଲେ । ଯାହାକି ବିପକ୍ଷ ସିଏସକେ ଦଳକୁ ସୀମିତ ରନ କରିବାରେ ସହାୟକ ହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular