spot_img

ଛୁଆ ହାତୀର ମୃତ ଦେହ ଉଦ୍ଧାର

ତେଲକୋଇ : କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗପୀଢ଼ ଫରେଷ୍ଟ ରେଞ୍ଜ ନଡାପାଣି ଗାଁ ନିକଟସ୍ଥ ଜଙ୍ଗଲରୁ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ହାତୀର ବୟସ ପ୍ରାୟ ୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁସାରେ, ଗତକାଲି ହାତୀର ମୃତଦେହ ଜଙ୍ଗଲରେ ପଡିଥିବା ଗାଁ ଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ। ଆଜି ସକାଳେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି। ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ବନ ବିଭାଗ ।

କୁଶକଳା ବିଟ୍ ଅଞ୍ଚଳରେ ହାତୀ ପଲ ରହିଆସୁଛନ୍ତି। ଦନ୍ତା ହାତୀ ସହ ଛୁଆ ହାତୀ ରହୁଥିବାରୁ ଦଳଚକଟା କାରଣରୁ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular