ଲକ୍ଷ୍ନୌ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦ୍ରୁତଗାମୀ କାର୍ ସହ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟିଛି ଦୁର୍ଘଟଣା । ଫଳରେ ୭ ଜଣଙ୍କର ମୃତୁ୍ୟ ହେବା ସହ ୩୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଘଟଣା ଘଟିଛି ଉତ୍ତରପ୍ରଦେଶ ପିଲଭିଟ୍ ଜିଲ୍ଲା ପୁରାଣପୁର ଅଂଚଳରେ । ପିଲଭିଟ ପୁଲିସ ଓ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ କରିବା ସହ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଶନିବାର ସକାଳ ୩ଟାରୁ ୪ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ବସ୍ରେ ପ୍ରାୟ ୪୦ ଯାତ୍ରୀ ଏବଂ ବୋଲେରୋରେ ୧୦ ଜଣ ଯାତ୍ରୀ ଥିଲେ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0