spot_img

ମଥୁରାରୁ ହଟିବ ମସଜିଦ

ମଥୁରା: ବହୁ ପ୍ରତିକ୍ଷାର ଅନ୍ତ ଘଟି ରାମଜନ୍ମ ଭୂମି ଅଯୋଦ୍ଧାରେ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ ଶ୍ରୀକୃଷ୍ଣ ଜନ୍ମଭୂମି ମଥୁରାରେ ମସଜିଦ ହଟାଇବାକୁ ନେଇ ଅଭିଯାନ ଜୋର ଧରିଛି । ତେବେ ଏହି ପ୍ରସଙ୍ଗକୁ ନେଇ ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂସ୍ଥାନ ଓ ସାହି ଇଦ୍ଗା ପରିଚାଳନା କମିଟି ମଧ୍ୟରେ ସମ୍ପୃକ୍ତ ଜମିକୁ ନେଇ ଚାଲିଥିବା ବିବାଦକୁ ମଥୁରାର ସ୍ଥାନୀୟ ଅଦାଲତ ଖାରଜ କରିଦେଇଥିଲେ। ତେବେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ଜମିରେ ମସଜିଦ ନିର୍ମିତ ହୋଇଥିବାରୁ ଏହାକୁ ହଟାଯିବା ଆବଶ୍ୟକ ଦର୍ଶାଇ ପୁଣି ସ୍ଥାନୀୟ ଜିଲ୍ଲା ଅଦାଲତରେ ଆଉ ଏକ ମାମଲା ରୁଜୁ କରାଯାଇଛି । ତେବେ ଏହାର ଶୁଣାଣି ନଭେମ୍ବର ୧୮ରେ ଧାର୍ଯ୍ୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular