spot_img

ନୀଳଗିରିରେ ଉଡ଼ନ୍ତା ବେଲୁନ ଆତଙ୍କ

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ତେଲିପାଳ ଅଞ୍ଚଳରେ ଏକ ଉଡ଼ନ୍ତା ବେଲୁନ୍‌କୁ ନେଇ ଏବେ ଆତଙ୍କ ସୃଷ୍ଟି ହୋଇଛି। ବେଲୁନ୍‌ରେ କିଛି ଯନ୍ତ୍ରାଂଶ, କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି।

ସୂଚନା ଅନୁସାରେ, ଆଜି ସକାଳେ ତେଲିପାଳ ଅଞ୍ଚଳରେ ଏହି ଉଡ଼ନ୍ତା ବେଲୁନ୍ ଆସି ଏକ ଗଛରେ ଲାଗି ରହିବା ସହ ତଳେ ପଡ଼ି ଯାଇଥିଲା। ‌ବେଲୁନ୍‌ରେ କିଛି ଯନ୍ତ୍ରାଂଶ, କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଛି।

ସ୍ଥାନୀୟ ଲୋକେ ଏ ନେଇ ପୁଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବରହମ୍‌ପୁର ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ବେଲୁନ୍ କେଉଁଠୁ ଆସିଲା ? କେଉଁ ଉଦ୍ଦେଶ୍ୟରେ ଏଭଳି ଯନ୍ତ୍ରାଂଶ, କ୍ୟାମେରା ଖଞ୍ଜା ଯାଇ ବେଲୁନ୍‌ ଉଡାଯାଉଥିଲା, ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular