ମାଲକାନଗିରି : ମାଲକାନଗିରି ପୌରପାଳିକା ଅଞ୍ଚଳରେ ୫୦% ଲୋକଙ୍କର ବଢ଼ିଛି ଆଣ୍ଟିବଡି। ହାରାହାରି ଆଣ୍ଟିବଡି ବଢ଼ିଥିବା ନେଇ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି। ଗତ ୬, ୭ ଓ ୮ ତାରିଖରେ ମାଲକାନଗିରି ପୌରାଞ୍ଚଳରେ ସେରୋଲୋଜିକାଲ୍ ସର୍ଭେ ହୋଇଥିଲା। ୧୬୧୩ ଲୋକଙ୍କଠାରୁ ସାମ୍ପଲ୍ ସଂଗ୍ରହ କରାଯାଇ ପରୀକ୍ଷା ହୋଇଥିଲା। ୧୦୧୮ ରାଣ୍ଡମ ବେସିସ ଓ ୫୯୫ ହାଇରେସିଓ ସାମ୍ପଲ ସଂଗ୍ରହ ହୋଇଥିଲା। ଜିଲ୍ଲା ପ୍ରଶାସନ ଓ ଆରଏମ୍ଆରସି ସହଯୋଗରେ ଟେଷ୍ଟ କରାଯାଇଥିଲା।
ଆଜି ସୁଦ୍ଧା ମାଲକାନଗିରି ଜିଲ୍ଲାରେ ୪୪୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୧୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୪୦୩ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ୩ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

Visitors Today : 2
Total Visitors : 130224
Total Views : 9891698
Visitors Online Now : 0