ମୁମ୍ବାଇ: ଲୋକପ୍ରିୟ ଆଦିତ୍ୟ ନାରାୟଣ ନିଜର ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବେ ବୋଲି ସାମାଜିକ ଗଣମାଧ୍ୟମରେ ସ୍ଫଷ୍ଟ କରିଛନ୍ତି । ତେବେ ପୁଅର ବାହାଘର ପାଇଁ ବାପା ଉଦିତ ନାରାୟଣଙ୍କ କୌଣସି ଆପତ୍ତୀ ନାହିଁ ବୋଲି ନିଜେ ଉଦିତ ଗଣମାଧ୍ୟମ ନିକଟରେ ସ୍ଫଷ୍ଟ କରିଛନ୍ତି ।

ତେବେ ଏକ ସାକ୍ଷାତକାରରେ ଉଦିତ କହିଛନ୍ତି ‘‘ଆଦିତ୍ୟ ଏହି ବର୍ଷ ହିଁ ଶ୍ବେତାକୁ ବାହା ହେବ। ‘ଶାପିତ’ ଫିଲ୍ମ ସେଟ୍ରେ ପ୍ରଥମ ଥର ପାଇଁ ଶ୍ବେତା ସହ ତାର ଭେଟ ହୋଇଥିଲା। ଆଉ ସେବେଠୁ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି। ଆଦିତ୍ୟଙ୍କ ସାଙ୍ଗ ଭାବରେ ସେ ଶ୍ବେତାଙ୍କୁ ଜାଣିଛନ୍ତି। ଆଦିତ୍ୟ ଶ୍ବେତାକୁ ବାହା ହେବାରେ ତାଙ୍କର କିଛି ଅସୁବିଧା ନାହିଁ କି ବାହାଘରକୁ ବିରୋଧ କରୁ ନାହାନ୍ତି। ମାତ୍ର ଆଗକୁ ଯଦି କିଛି ଅସୁବିଧା ହୁଏ ବାପା ମାଆଙ୍କୁ ଦୋଷ ନ ଦେବା ପାଇଁ ସେ ରୋକଠୋକ ଆଦିତ୍ୟଙ୍କୁ ଶୁଣାଇ ଦେଇଛନ୍ତି।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0