ବାରିପଦା: ବାରିପଦା ଟାଉନ ଏବଂ ସଦର ଥାନା ଅଞ୍ଚଳରୁ ୩ଟି ଗୋରୁ ବୋଝେଇ ପିକଅପ ଗାଡି ଜବତ କରାଯାଇଛି। ବଡ଼ସାହି ଥାନା ଅଞ୍ଚଳରୁ ଗୋରୁ ନେଇ ଆସୁଥିବା ଦୁଇଟି ପିକଅପକୁ ଜବତ କରାଯାଇଛି। ଏହି ଦୁଇଟି ଗାଡିରେ ୧୦ଟି ଗୋସମ୍ପଦ ଥିବା ଜଣାପଡ଼ିଛି। ସେହିପରି ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଲେଶ୍ୱର ଗୋଲେଇ ଛକରେ ଗୋରୁ ବୋଝେଇ ଏକ ପିକଅପ୍ ଗାଡ଼ିକୁ ସ୍ଥାନୀୟ ଲୋକ ଅଟକାଇ ବାରିପଦା ଟାଉନ୍ ଥାନା ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଡ୍ରାଇଭର୍ ଓ ହେଲ୍ପରକୁ ଥାନାକୁ ନେଇ ପଚରାଉଚରା କରୁଛି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0