ଗଞ୍ଜାମ: ଗଞ୍ଜାମରେ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ । ଘଟଣାରେ ୨୧ଜଣଙ୍କୁ ଗିରଫ କରାଯାଇଛି । ଗଞ୍ଜାମ ପୋଲିସ ଚମାଖଣ୍ଡି, ଭଞ୍ଜନଗର ଏବଂ ଆସିକାର ୩ଟି ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ମୋଟ ୨୧ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ପାଖାପାଖି ୯୮ ହଜାର ଟଙ୍କା ଜବତ କରିଛି ପୋଲିସ । ଆଗକୁ ଦଶହରା ଥିବାରୁ ଜ଼ିଲ୍ଲାରେ ଜୁଆ ଖେଳ ବଢ଼ିଛି । ଏହାକୁ ରୋକିବା ପାଇଁ ଗଞ୍ଜାମ ଏସ୍.ପି ସମସ୍ତ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0