ଭୁବନେଶ୍ୱର: ରାସ୍ତା ଉପରେ ଜଳିଗଲା ବାଲି ବୋଝେଇ ଟ୍ରକ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ପାହାଳରେ ଘଟିଛି ଘଟଣା । ଟ୍ରକଟି କଟକରୁ ଭୁବନେଶ୍ୱର ଆସୁଥିବା ବେଳେ ହଠାତ୍ ପାହାଳ ଛକ ନିକଟରେ ଇଞ୍ଜିନରୁ ଧୂଆଁ ବାହାରିଥିଲା । ଏହାକୁ ଦେଖି ଡ୍ରାଇଭର ଓ ହେଲପର ଗାଡି ଅଟକାଇ ଡେଇଁପଡିଥିଲେ । ପରେ ଟ୍ରକଟି ଜଳିବାକୁ ଆରମ୍ଭ କରିଥିଲା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0