ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ବୁଲିଲା ଭୁଜାଲି-ଖଣ୍ଡା । ତେବେ ସମସ୍ତ ଦୃଶ୍ୟ କଏଦ ହୋଇ ରହିଲା ସିସିଟିଭି କ୍ୟାମେରାରେ । ସୂଚନା ଅନୁସାରେ, ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରାରେ ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଗୁରୁତର ଅବସ୍ଥାରେ ଆହତଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟଙ୍କା ନେଣଦେଣକୁ ନେଇ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ହତିଆରରେ ଆକ୍ରମଣ କରିଥିଲେ। ଘଟଣାର କିଛି ସମୟ ମଧ୍ୟରେ ସେହି ରାସ୍ତାରେ ଯାଉଥିବା ପିସିଆର ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ଘଟଣାରେ ଖଣ୍ଡଗିରି ପୋଲିସ ୪ ଜଣଙ୍କୁ ଗିରଫ କରିଛି। ହେଲେ ପାର୍ବଣ ଋତୁ ଆସିବା ସହ ଅପରାଧୀ ରାଜରାସ୍ତାରେ ହତିଆର ଦେଖାଇ ଆତଙ୍କ ସୃଷ୍ଟି କରିବା ସାଧାରଣ ଲୋକଙ୍କ ପାଇଁ ଭୟର ବାତାବରଣ ସୃଷ୍ଟି କରୁଛି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0