spot_img

ହାଥରସ୍ ମାମଲାରେ କ୍ଷତିପୂରଣ ମାଗିଲେ ଚାଷୀ

ୟୁପି: ଗଣଦୁଷ୍କର୍ମ ମାମଲାରେ କ୍ଷତିପୂରଣ ମାଗିଲେ ଚାଷୀ । ଚର୍ଚ୍ଚିତ ହାଥରସ୍ ଗଣଦୁର୍ଷମ ହୋଇଥିବା କ୍ଷେତର ମାଲିକ ସରକାରଙ୍କୁ କ୍ଷତି ପୂରଣ ମାଗିଛନ୍ତି । ନିଜର ପ୍ରାୟ ୫୦ରୁ ୬୦ ହଜାର ଟଙ୍କା କ୍ଷତି ହୋଇଥିବା କହିଛନ୍ତି ଜମି ମାଲିକ । ହଁ ଏ ହେଉଛି ସେହି ଜମି ଯେଉଁଠି ଅତି ନିର୍ମମ ଭାବେ ଦୁର୍ବୁତ କରିଥିଲେ ବିଭତ୍ସ କାଣ୍ଡ । ୧୯ ବର୍ଷର ଦଳିତ ଝିଅ ଉପରେ ହୋଇଥିଲା ଅତ୍ୟାଚାର । ସେପ୍ଟେମ୍ବର ୧୪ ତାରିଖରେ ଘଟିଥିଲା ଘଟଣା । ଆଉ ତା ପରେ ଘଟଣାର ପ୍ରମାଣକୁ ସଂରକ୍ଷିତ ରଖିବା ପାଇଁ ପୁଲିସ୍ ଏହି ଜମିକୁ ନିଜ ହେପାଜତକୁ ନେବା ସହ ଏଥିରେ ପ୍ରତିବନ୍ଧ ଲଗାଇଛି । ଜମି ମାଲିକ ଏହି ଜମିରେ ବାଜରା ଚାଷ କରିଥିଲେ । ମାତ୍ର ପ୍ରତିବନ୍ଧ ପରେ ଜମିକୁ ପାଣି ଛଡାଯାଇନଥିଲା । ଖରିଫ ଋତୁ ସରିଯାଇଥିବାରୁ ଚାଷି ତାର ଫସଲ ଅମଳରୁ ବଞ୍ଚିତ ହୋଇଛି । ଫଳରେ ତାର ପରିବାରର ଗୋଟିଏ ବର୍ଷର ପରିଶ୍ରମ ପାଣିରେ ପଡିଥିବା କହିଛି ଚାଷୀ । ମୋ ପରିବାରରେ ୫ ଜଣ ସଦସ୍ୟ ଅଛନ୍ତି । ସେପଟେ ୧ ଲକ୍ଷ ୬୦ ହଜାର ଋଣ ପରିଶୋଧ କରିବାକୁ ରହିଛି । କିନ୍ତୁ ଚଳିତ ବର୍ଷ କିଛି ବି ଋଣ ସୁଝି ହେବନି । ସରକାର ମୋତେ ସାହାଯ୍ୟ କରନ୍ତୁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଚାଷି । ବର୍ତ୍ତମାନେ ଏ ଚାଷି ଜୟପୁରରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଏବେ ଚାଷି ତାର କ୍ଷତି ପୂରଣ କରିବାକୁ ସରକାରଙ୍କୁ ଦାବି କରିଛି । ତେବେ କ’ଣ ସରକାର ତାର କ୍ଷତି ପୂରଣ ଦେବେ? କେତେ ଦିନ ପରେ ଏ ଜମିରୁ ଉଠିବ ପ୍ରତିବନ୍ଧ? ପୀଡିତାକୁ ନ୍ୟାୟ ଦେବାକୁ ଯାଇ ଚାଷୀ ପ୍ରତି ଅନ୍ୟାୟ ହେଇଯିବନି ତ? ଚାଷଜମି ଉପରେ ନିର୍ଭର କରି ଚଳୁଥିବା ଚଷାପୁଅ କେମିତି ପୋଷିବ କୁଟୁମ୍ବ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular