ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡ଼ିସିପି ନିଯୁକ୍ତ ହୋଇଛନ୍ତି । ପୁରୀ ଏସପି ଉମାଶଙ୍କର ଦାସ ଭୁବନେଶ୍ୱର ଡ଼ିପିସି ହୋଇଥିବା ବେଳେ କନ୍ଧମାଳ ଏସପି ପ୍ରତୀକ ସିଂ ହେଲେ କଟକ ଡ଼ିସିପି ଭାବରେ ନିଯୁକ୍ତି ପାଇଛନ୍ତି । କଟକ ଡ଼ିସିପି ଅଖିଲେସ ସିଂ ହେଲେ ପୁରୀ ଏସପି । ସେହିପରି ଏମ. ଅକ୍ଷୟ ହେଲେ ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ,ସତ୍ୟଜିତ ମହାନ୍ତି ଅଗ୍ନିଶମ ଓ ହୋମଗାର୍ଡ଼ ଡ଼ିଜି, ଡ଼ିସିପି ଲଳିତ ଦାସ ଏଡ଼ିଜି କମ୍ୟୁନିକେସନ ,ରାଧାକୃଷ୍ନ ଶର୍ମା ଗୁଇନ୍ଦା ବିଭାଗର ନିର୍ଦେଶକ ,ସୌମେନ୍ଦ୍ର ପ୍ରିୟଦର୍ଶୀ ଏଡ଼ିଜି କ୍ରାଇମବ୍ରାଞ୍ଚ, ପ୍ରବୀଣ କୁମାର ଆଇଜି ଆଇନ ଶୃଙ୍ଖଳା ଓ ଅନୁପ କୁମାର ସାହଙ୍କୁ ଗୁଇନ୍ଦା ବିଭାଗ ଡିଆଇଜି ଭାବେ ଦାୟିତ୍ୱ ସମ୍ଭାଳିବେ।

ସେହିପରି ସାର୍ଥକ ଷଢ଼ଙ୍ଗୀ କ୍ରାଇମବ୍ରାଞ୍ଚ ଏସପି, ବିନିତ ଅଗ୍ରୱାଲ କନ୍ଧମାଳ ଏସପି,ସାଗରିକା ନାଥ ସୁନ୍ଦରଗଡ଼ ଏସପି,ସୌମ୍ୟା ମିଶ୍ର ଡ଼ିସିପି ଟ୍ରାଫିକ ,ରାହୁଲ ଜୈନ ନୂଆପଡ଼ା ଏସପି,ଏସ.କି ଜମାଦାର ଦେବଗଡ଼ ଏସପି,ତପନକୁମାର ପଟ୍ଟନାୟକ ଗଜପତି ଏସପି ଭାବେ ନିଯୁକ୍ତି ପାଇଥିବା ବେଳେ ଗଜପତି ଏସପି ଶାରା ଶର୍ମାଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0