ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ପ୍ରତିଷେଧକ ଟୀକା ବହାର କରିଥିବା ବେଙ୍ଗାଲୁରସ୍ଥିତ କମ୍ପାନି ବାୟାକୋନ୍କୁ ତା’ର ଇଟୋଲିଜୁମାବ ଔଷଧ ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ) ମଞ୍ଜୁରି ପ୍ରଦାନ କରିଛି। ଅପରପକ୍ଷରେ କେବଳ ଜରୁରିକାଳୀନ ପରିସ୍ଥିତିରେ ହିଁ ଏହି ଔଷଧକୁ ବ୍ୟବହାର କରାଯିବା ପାଇଁ ବାୟୋକନ୍କୁ ଡିଜିସିଆଇକୁ ନିଦେ୍ର୍ଦଶ ଦେଇଥିବା ସୂଚନା ରହିଛି । 
ପୂର୍ବରୁ କମ୍ପାନୀ ଗୁରୁତର କରୋନା ରୋଗୀଙ୍କ ଉପଚାର ପାଇଁ ଏହି ଔଷଧ ଉପଲବ୍ଧ କରିବ ଏହାର ମୂଲ୍ୟ ଭାଏଲ୍ ପିଛା ୮ହଜାର ଟଙ୍କା ଏବଂ କୋରନାର ସମ୍ପୂଣ୍ଣ ଉପଚାର ପାଇଁ ୪ଟି ଭାଏଲ୍ ଲାଗିବ ଯାହାର ମୂଲ୍ୟ ୩୨ହଜାର ଟଙ୍କା ରହିବ ବୋଲି ସୂଚନା ମିଳିଥିଲା । ପରେ ଡିଜିସିଆଇର ୪ଟି କେନ୍ଦ୍ରରେ ୩୦ ଜଣ ଆକ୍ରାନ୍ତଙ୍କ ଉପରେ ଏହି ଡ୍ରଗ୍ ପରୀକ୍ଷଣ କରିବା ପାଇଁ ମଞ୍ଜୁରୀ ମିଳିଥିଲା । ୩୦ ଜଣ କରୋନା ଆକ୍ରାନ୍ତଙ୍କ ଉପରେ ଏହି ଔଷଧ ବ୍ୟବହାର କରାଯିବା ପରେ ୨୦ ଜଣଙ୍କ ଉପରେ ଗୁରୁତ୍ତ୍ୱପୂଣ୍ଣ ଫାଇଦା ଦେଖିବାକୁ ମିଳିଥିବା କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏହାବ୍ୟବତୀତ ରାଜଧାନୀ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ଗୁଜରାଟରେ ଏହି ଔଷଧ ବ୍ୟବହାର କରି ୧୫୦ଜଣ କୋରନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଦାବି ହୋଇଛି । ଅପରପକ୍ଷରେ ହାଡୋକ୍ସିକ୍ଲୋରୋକୁଇନ୍ ଏବଂ ଅମ୍ଳଜାନ ଥେରାପିରେ ୧୦ ରୋଗୀଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଜଣ ସୁସ୍ଥ ହୋଇଥିଲେ । 
କମ୍ପାନୀ ତଥ୍ୟ ଅନୁଯାୟୀ କରୋନା ଔଷଧ ଗୁରୁତର ରୋଗୀଙ୍କ ତୀବ୍ର ଶ୍ୱାସକ୍ରିୟା ସଙ୍କଟ ରୋଗୀଙ୍କ ସାଇଟୋ କାଇନ୍ ରିଲିଜ୍ ସିଣ୍ଡ୍ରୋମ ଉପଚାର ପାଇଁ ଡିସିଜିଆଇର ମଞ୍ଜୁରୀ ପାଇଛି । ଇଟୋଲିଜୁମାବ୍ ବିଶ୍ୱର ସବୁଠାରେ ସୀକୃତି ପାଇଥିବା ପ୍ରଥମ ମେଡିସିନ୍ । ଭାକ୍ସିନ୍ ନ ଆସିବା ପର୍ଯ୍ୟନ୍ତ ବିଭିନ୍ନ ଜୀବନ ରକ୍ଷକ ମେଡିସିନ୍ ଉପରେ ନିର୍ଭର କରିବା ଏକମାତ୍ର ମାର୍ଗ ରହିଛି । ଏହି ମେଡିସିନ୍କୁ ମହାମାରୀର ଉପଚାର ଓ ରୋଗୀଙ୍କୁ ସୁସ୍ଥ ପାଇଁ ବିଶ୍ୱରେ ବ୍ୟବହାର ହେଉଛି । 
ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଘରୋଇ ଔଷଧ କମ୍ପାନି ବାୟୋକନ୍ ଗୁରୁତର ରୋଗୀମାନଙ୍କ ପାଇଁ ୨୦୧୩ ମସିହାରୁ ମନୋକ୍ଲୋନିକାଲ୍ ଆଣ୍ଟିବଡି ଡ୍ରଗ୍ ଅଲ୍ଜୁମାବ ବ୍ରାଣ୍ଡ୍ ନାମ ଅଧୀନରେ ଇଟୋଲିଜୁମାବ ଔଷଧକୁ ତିଆରି କରି ବିକ୍ରି କରି ଆସୁଛି। ଏହି ଔଷଧକୁ କରୋନା ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ବୋଲି କମ୍ପାନି ପୂର୍ବରୁ ଦାବି କରିଥିଲା।
ଏସଂପର୍କରେ କମ୍ପାନୀର କାର୍ୟ୍ୟକାରୀ ଅଧ୍ୟକ୍ଷ କିରଣ ମଜଦାର କହିଲେ, ଚଳିତ ବର୍ଷ ଶେଷ ସୁଦ୍ଧା ବା ଆସନ୍ତା ମାସର ଆରମ୍ଭରେ ଟୀକା ମିଳିଯିବ । କିନ୍ତୁ ଏହା ଉପରେ କିଛି ଗ୍ୟାରେଣ୍ଟି ନାହିଁ । ଦ୍ୱିତୀୟ ଥର ସଂକ୍ରମଣର ସମ୍ଭାବନା ରହିଛି ଆମେ ଯେପରି ଭାବୁଛେ ସେପରି ହେବ ବୋଲି କିଛି ସ୍ପଷ୍ଟ ନୁହେଁ । ତେଣୁ ଆମକୁ ପ୍ରସ୍ତୁତ ରହିବାକୁ ହେବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0