spot_img

ଭିଜିଲାନ୍ସ ଜାଲରେ କୋଟିପତି ଅଧ୍ୟାପକ

ଗଜପତି : ଭିଜିଲାନ୍ସ ପଞ୍ଝାରେ କୋଟିପତି ଅଧ୍ୟାପକ । ଗଜପତି ଜିଲ୍ଲା ମିନକେତନ ଡିଗ୍ରୀ କଲେଜର ଅଧ୍ୟାପକ ଜି.ନଗେଶ୍ୱର ରାଓଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢ଼ାଉ ସମୟରେ ନାଗେଶ୍ୱରଙ୍କର ୨ କୋଟି ୮୩ ଲକ୍ଷ ୩୬ ହଜାର ୮୦୫ ଟଙ୍କାର ସମ୍ପତି ଠାବ ହୋଇଛି । ନାଗେଶ୍ୱର ରହୁଥିବା ୨ ମହଲା କୋଠା ଘରର ମୁଲ୍ୟ ୧ କୋଟି ୫୨ ଲକ୍ଷ ୮୫ ହଜାର ଟଙ୍କା ହେବ। ବେତଗୁଡା ଠାରେ ରଜିଥିବା ମାର୍କେଟ କମ୍ପ୍ଲେକ୍ସର ମୁଲ୍ୟ ୩୦ ଲକ୍ଷ ୯୦ ହଜାର ୩୬୪ ଟଙ୍କା, ୫୦ ଟି ପ୍ଲଟ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ରହିଛି । ଯାହାର ମୂଲ୍ୟ ୨୩ ଲକ୍ଷ ୧୧ ହଜାର ୩୬୮ ଟଙ୍କା ହେବ । ବିଭିନ୍ନ ବ୍ୟାଙ୍କରେ ଜମା ରଖାଯାଇଛି ପ୍ରାୟ ୧୫ ଲକ୍ଷ ୩୯ ହଜାର ଟଙ୍କା। ସେହିପରି ସୁନା ଓ ରୁପା ଗହଣାର ମୁଲ୍ୟ ୯ ଲକ୍ଷ ୪୭ ହଜାର ଟଙ୍କା ହେବ । ଗୋଟେ ମାରୁତି କାର ଯାହାର ମୂଲ୍ୟ ୧୨ ଲକ୍ଷ ଟଙ୍କା , ନିଜ ଘର କରଣ ଜିନିଷର ମୁଲ୍ୟ ୬୮ ଲକ୍ଷ ୩ ହଜାର ଟଙ୍କା ହେବ ବୋଲି ଭିଜିଲାନ୍ସ ଟିମ୍ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular