ଢେ଼ଙ୍କାନାଳ : ଢେ଼ଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ବ୍ରାହ୍ମଣୀ ନଦୀ ସେତୁ ଉପରେ ଆଜି ସକାଳେ ଘଟିଛି ଏକ ଦୁର୍ଘଟଣା। ଏକ ମୋଟର ସାଇକେଲରେ ଦୁଇଜଣ ଯାଉଥିବା ବେଳେ ସେମାନଙ୍କୁ ଏକ ସ୍କର୍ପିଓ ଧକ୍କା ଦେଇଥିଲା। ବାଇକ୍ ଆରୋହୀ ସେତୁ ଉପରେ ପଡ଼ି ଗୁରୁତର ଆହତ ହୋଇଥିଲେ। ଅନ୍ୟ ଜଣେ ନଦୀ ଗର୍ଭକୁ ଖସିପଡ଼ିଥିଲେ। ଖବର ପାଇ ତାଳଚେର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି । ଗୁରୁତର ୨ଯୁବକଙ୍କୁ ତାଳଚେରସ୍ଥିତ ମଣ୍ଡାପାଳ ମେଡିକାଲକୁ ପଠାଯାଇଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0