spot_img

ବିଏସଏଫ ଜବାନଙ୍କ ଦ୍ୱାରା ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ବିଏସଏଫ ୯ମ ବାଟାଲିଆନ ଜବାନମାନେ ଏହି ମାଓ ସାମଗ୍ରୀ ଜବତ କରିଛନ୍ତି । ଏହି ସାମଗ୍ରୀରେ ଟିଫିନ୍ ବୋମା ରହିଥିବା ସୂଚନା ମିଳିଛି । ସ୍ବାଭିମାନ ଅଞ୍ଚଳ ଗୋରାସେତୁ ଜଙ୍ଗଲରେ ମାଓ କ୍ୟାମ୍ପ୍ ଚାଲିଥିବା ନେଇ ସୂଚନା ପାଇବା ପରେ ବିଏସଏଫ ଜବାନମାନେ ସେଠାରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । କମ୍ବିଂ ଅପରେସନ ବେଳେ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ଟିଫିନ୍ ବୋମା ରହିଥିବା ସୂଚନା ମିଳିଛି ।ତେବେ ମାଓବାଦୀଙ୍କ କୌଣସି ସନ୍ଧାନ ମିଳିପାରିନାହିଁ । ଜଙ୍ଗଲରେ ବିଏସଏଫ ଜବାନମାନେ କମ୍ବିଂ ଅପରେସନ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular