spot_img

ଦେଶବାସୀଙ୍କୁ ସଂନ୍ଧ୍ୟା ୬ ଟାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ସଂନ୍ଧ୍ୟା ୬ ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିଛି ଦିନ ହେବ ଦେଶରେ କରୋନା ଗ୍ରାଫ ତଳମୁହାଁ ହୋଇଥିବା ଦେଖିବାକୁ ମିଳିଛି । ସାରା ବିଶ୍ୱରେ କରୋନା ସୁସ୍ଥ ହାର ମଧ୍ୟ ଭାରତରେ ଭଲ ରହିଛି । ଏନେଇ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇପାରନ୍ତି । ବର୍ତ୍ତମାନ ବିହାରରେ ବିଧାନସଭା ନିର୍ବାଚନ ସହିତ ବିଭିନ୍ନ ରାଜ୍ୟରେ ଉପନିର୍ବାଚନ ଆରମ୍ଭ ହୋଇଛି । ନିର୍ବାଚନ ସମୟରେ କୋଭିଡ କଟକଣାମାନିବାକୁ ଗୁରୁତ୍ୱ ଦେଇପାରନ୍ତି ପ୍ରଧାନମନ୍ତ୍ରୀ । ଚାଷୀ ବିଲ୍ ଉପରେ ମଧ୍ୟ ସେ ତାଙ୍କର ବାର୍ତ୍ତା ରଖିପାରନ୍ତି ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular