ବିଶ୍ବରେ କରୋନା ସଂକ୍ରମଣ ୪ କୋଟି ଟପିଯାଇଛି। ୱାର୍ଲ୍ଡ ମିଟର ତଥ୍ୟ ଅନୁଯାୟୀ ବିଶ୍ବରେ ମୋଟ୍ ୪ କୋଟି ୩ ଲକ୍ଷ ୬୦ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହେଲେଣି। ଅନ୍ୟପକ୍ଷେ ୧୧ ଲକ୍ଷ ୧୯ ହଜାରରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଲେଣି। ଆମେରିକା,ଭାରତ ଏବଂ ବ୍ରାଜିଲରେ ସଂକ୍ରମଣ ଅଧିକ ରହିଛି। ୟୁରୋପ୍ରେ ବ୍ରିଟେନ୍, ଫ୍ରାନ୍ସ, ରୁଷ୍ ଏବଂ ସ୍ପେନ୍ରୁ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି। ତେବେ ସଂକ୍ରମଣ ବଢ଼ିବାପରେ ୟୁରୋପ୍ରେ କଡ଼ା ପଦକ୍ଷେପ ଗ୍ରହଣ ହୋଇଛି। ଫ୍ରାନ୍ସରେ କର୍ଫ୍ୟୁ ଜାରି ହୋଇଥିବାବେଳେ ବ୍ରିଟେନରେ ବି ଲକଡାଉନ ଆରମ୍ଭ ହୋଇଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0