କମେଡି କିଙ୍ଗ୍ କପିଲ୍ ଶର୍ମାଙ୍କ ସୋ’କୁ ଅଶ୍ଳୀଳ ବୋଲି କହି ସେଠାକୁ ଯିବାକୁ ମନା କରି ଦେଇ ଚର୍ଚ୍ଚା ପାଲଟିଥିଲେ ସୁପ୍ରସିଦ୍ଧ ଟେଲି ଅଭିନେତା ମୁକେଶ ଖାନ୍ନା। ଏହି ସୋ’ରେ କପିଲ୍ ଦ୍ବିଅର୍ଥବୋଧକ କଥା କହି ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ତାଙ୍କ ସୋ’ ଯେତେ ପ୍ରସିଦ୍ଧ ହେଲେ ବି ସେଠାକୁ ଯିବି ନାହିଁ ବୋଲି ସାମାଜିକ ଗଣମାଧ୍ୟମରେ ମତ ରଖିଥିଲେ ମୁକେଶ ଖାନ୍ନା। ସେ କପିଲ୍ ଶର୍ମା ସୋ’ରେ କାହିଁକି ଦେଖିବାକୁ ମିଳୁନାହାନ୍ତି ବୋଲି ପ୍ରଶ୍ନର ଉତ୍ତର ରଖି ମୁକେଶ ଖାନ୍ନା ଇନଷ୍ଟାଗ୍ରାମରେ ଏପରି ପୋଷ୍ଟ୍ ଲେଖିଥିଲେ। ମୁକେଶଙ୍କ ଏପରି ମନ୍ତବ୍ୟର ଜବାବ ରଖିଛନ୍ତି କମେଡି କିଙ୍ଗ୍ କପିଲ୍। କପିଲ୍ କହିଛନ୍ତି କି ‘କରୋନା ମହାମାରୀ ପରି ଏକ କଠିନ ପର୍ୟ୍ୟାୟରେ ଲୋକମାନଙ୍କୁ ହସାଇବା ପାଇଁ ମୋର ଦଳ ଏବଂ ମୁଁ କଠିନ ପରିଶ୍ରମ କରୁଛୁ। ଯେତେବେଳେ ସମଗ୍ର ବିଶ୍ୱ ଏକ କଠିନ ସମୟ ଦେଇ ଗତି କରୁଛି। ଲୋକଙ୍କ ମୁହଁରେ ହସ ଆଣିବା ଜରୁରୀ ଅଟେ। ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ନିର୍ଭର କରେ କି ସେ କେଉଁ ଜିନିଷରେ ଖୁସି ଖୋଜିବେ ଓ କେଉଁ ଜିନିଷରେ ଖୁଣ ବାହାର କରିବେ। ମୁଁ ଖୁସିକୁ ବାଛିଛି ଏବଂ ମୋ କାର୍ୟ୍ୟ ଉପରେ ଧ୍ୟାନ ଦେବାକୁ ପସନ୍ଦ କରୁଛି। ମୁଁ ଯେଉଁ କାମ କରୁଛି ଆଗକୁ ବି ସେଇ କାମ ଜାରି ରଖିବି।’



Visitors Today : 1
Total Visitors : 130303
Total Views : 9891806
Visitors Online Now : 0