spot_img

ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ନାମରେ ବୁକ ହୋଇପାରେ ଏନଏସଏ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ନାମରେ ଏନଏସଏ ଲାଗିବା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏନଏସଏ ଲଗାଇବା ପାଇଁ ସମସ୍ତ ପ୍ରକିୟା କମିସନରେଟ ପୁଲିସ ପକ୍ଷରୁ ପ୍ରକିୟା ଆରମ୍ଭ ହୋଇଥିବାର ସୂଚନା ମିଳିଛି । ଏନେଇ କମିସନରେଟ ପୁଲିସ ରାଜା ଆଚାର୍ଯ୍ୟକୁ ୧୧୦ରେ ବୁକ କରିଛି । ସୂଚନା ଅନୁସାରେ, ରାଜା ଆଚାର୍ଯ୍ୟଙ୍କ ନାମରେ ପୂର୍ବରୁ ବହୁତ ସଙ୍ଗୀନ ଅଭିଯୋଗ ସବୁ ରହିଛି । ତେବେ ଚର୍ଚ୍ଚିତ ଜୁଡୋ କୋଚ ବିରଞ୍ଚି ଦାସଙ୍କ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଭାବରେ ରାଜା ଆଚାର୍ଯ୍ୟଙ୍କ ପୁଲିସ ଗିରଫ କରିଥିଲା । ଅନ୍ୟପଟେ ଜାମିନରୁ ବାହାରିବା ପରେ ମଧ୍ୟ ରାଜା ଅନେକ ସବୁ ଅପରାଧରେ ଜଡିତ ଥିବାର ପୁଲିସ ପକ୍ଷରୁ ସୂଚନା ମିଳିଛି । ଏନେଇ ପୁଲିସ ପ୍ରମାଣ ପାଇ ରାଜା ଆଚାର୍ଯ୍ୟ ନାମରେ ଏନଏସି ଲଗାଇବା ପ୍ରକିୟା ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular