ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ସରୁଆସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । । ତେବେ ଏହି ଅଗ୍ନିକାଣ୍ଡ ହେବା ଫଳରେ ପରିବାରର ୨ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ସାରୁଆ ସାହିର ରବୀନ୍ଦ୍ର ପାତ୍ରଙ୍କ ରୋଷେଇ ଘରେ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗି ଯାଇଥିଲା । ଫଳରେ ପରିବାରର ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି । ତେବେ ଆହତଙ୍କୁ ନିକଟସ୍ଥ ସୋରଡା ମେଡିକାଲରେ ଭର୍ତ୍ତୀ କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0