ବିଦ୍ୟା ବାଲାନଙ୍କ ବହୁ ପ୍ରତୀକ୍ଷିତ ନୂଆ ଫିଲ୍ମ ‘ଶକୁନ୍ତଳା ଦେବୀ’ର ଟିଜର ସାମ୍ନାକୁ ଆସିଛି । ଗତକାଲି ନିଜ ଇନଷ୍ଟାଗ୍ରାମ୍ ପେଜରେ ନିଜେ ବିଦ୍ୟା ଏହାକୁ ରିଲିଜ କରିଛନ୍ତି । ଜୁଲାଇ ୧୫ ତାରିଖରେ ଫିଲ୍ମର ଟ୍ରେଲର ଆସିବ । ଗଣିତ ପ୍ରତିଭା ଶକୁନ୍ତଳା ଦେବୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମରେ ଲିଡ଼୍ ରୋଲରେ ନଜର ଆସିବେ ଚୁଲବୁଲି ବିଦ୍ୟା । ଅନୁ ମେନନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆମାଜନ୍ ପ୍ରାଇମରେ ଜୁଲାଇ ୩୧ରେ ଫିଲ୍ମଟି ରିଲିଜ ହେବ । କରୋନା ସଂକଟ କାରଣରୁ ଫିଲ୍ମଗୁଡ଼ିକ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଛି । ଶେଷଥର ପାଇଁ ଅକ୍ଷୟ କୁମାରଙ୍କ ‘ମିଶନ ମଙ୍ଗଲ’ ରେ ବିଦ୍ୟା ନଜର ଆସିଥିଲେ । ନିକଟରେ ତାଙ୍କର ‘ନଟଖଟ’ ନାମରେ ଆଉ ଏକ ସର୍ଟ ଫିଲ୍ମ ରିଲିଜ ହୋଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0