spot_img

ଜୁଲାଇ ୧୬ରୁ ୩୧ ଲକଡାଉନରେ ବିହାର

ବିହାର: ବର୍ତ୍ତମାନ ବିହାରରେ କୋରାନା ପଜେଟିଭ୍ଙ୍କ ସଂଖ୍ୟା ୨୦ହଜାରରେ ପହଞ୍ଚିଛି । ତେଣ ସଂକ୍ରମଣ ସଂଖ୍ୟାକୁ ରୋକିବା ପାଇଁ ମଙ୍ଗଳବାର ବିହାର ରାଜ୍ୟସରକାରଙ୍କ ‘ବିପର୍ଯ୍ୟୟ ପରିଚାଳନା’ କମିଟି ପକ୍ଷରୁ ନିଆଯାଇଥିବା ନିଷ୍ପତି ଅନୁଯାୟୀ ଆଗାମୀ ୧୬ଦିନ ପର୍ଯ୍ୟନ୍ତ ବିହାରରେ ସମ୍ପୂର୍ଣ୍ଣ ଲକଡାଉନ ଜାରି ରହିବ । ବର୍ତ୍ତମାନ ପର୍ଯ୍ୟନ୍ତ ରାଜଧାନୀ ପାଟନ ସହ ଅନ୍ୟାନ୍ୟ ୧୫ଟି ଜିଲ୍ଲାରେ ଭିନ୍ନ ଭିନ୍ନ ସମୟ ବ୍ୟବଧାନରେ ଲକଡାଉନ ଜାରି ରହିଛି । Rising number of coronavirus cases in Bihar has put the government on alert.
ସୋମବାର ବିଜେପି ଦଳର ୭୫ଅଧିକାରୀଙ୍କ ନିକଟରୁ ସ୍ୱାବ୍ ସଂଗ୍ରହ କରାଯାଇଥିଲା । ଏଥିରୁ ୨୪ଜଣ ଅଧିକାରୀ ଙ୍କ ରିପୋର୍ଟ ପଜେଟିଭ୍ ଆସିଥିବା ବେଳେ ଅନ୍ୟମାନଙ୍କ ରିପୋର୍ଟ ସଂପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ତଥ୍ୟ ମିଳି ପାରିନାହିଁ । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୧୬ଜଣଙ୍କର ପଜେଟିଭ୍ କେସ୍ ଆସିଥିବା ବେଳେ ୯ଜଣଙ୍କର ମୃତୁ୍ୟ ଘଟିଛି । ସେହିପରି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିହାରରେ ମଙ୍ଗଳବାର ପର୍ଯ୍ୟନ୍ତ ୧୭,୯୫୯ କୋଭିଡ଼ ପଜେଟିଭ୍ ଏବଂ ୧୪୩୨ଟି ନୂଆ କେସ ରେକର୍ଡ କରାଯାଇଛିି । ଏଥିମଧ୍ୟରେ ପାଟନା, ଭାଗଲପୁର ଏବଂ ବେଗୁସରାଇରେ ଆକ୍ରାନ୍ତଙ୍କ ସଂଖ୍ୟା ଅତ୍ୟଧିକ ଥିବା ଜଣାପଡ଼ିଛି । ସୋମବାର ରାଜ୍ୟ ପ୍ରମୁଖ ଗୃହ ସଚିବଙ୍କ ସାମ୍ପଲ ଟେଷ୍ଟ ମଧ୍ୟ ପଜେଟିଭ୍ ଆସିବା ପରେ ତାଙ୍କୁ ହୋମ୍ କ୍ୱାରେଣ୍ଟାିନ୍ରେ ରହିବା ପାଇଁ ଉପଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular