ପୁରୀ: ନୂଆବର୍ଷରେ ରୁପାରେ ଝଲସିବ ଶ୍ରୀମନ୍ଦିରର ତିନି ଦ୍ୱାର। ଏହା ପୂର୍ବରୁ ରୁପା ଝାଉଣି ହେବାକୁ ଥିବା ତିନିଦ୍ୱାର ସଂପୂର୍ଣ୍ଣ ନୂଆ ଗଢ଼ାଯିବ। ଏଥି ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ତିନି ଦ୍ୱାର ପାଇଁ ମାଲେସିଆରୁ ଦାମୀ ଶାଗୁଆନ କାଠ ଅଣାଯାଉଛି। ବାହାର ରାଜ୍ୟର ୧୫ ଜଣିଆ କାରିଗର ଦଳ ଖୁବ୍ଶୀଘ୍ର ଶ୍ରୀକ୍ଷେତ୍ରରେ ପହଞ୍ଚୁଛନ୍ତି। ନୀଳଦ୍ରି ଭକ୍ତ ନିବାସରେ ତିନି ଦ୍ୱାର କାମ ଶେଷ ପରେ ଏହାକୁ ସଂଯୋଗ କରାଯିବ। ମରାମତି କାମର ତତ୍ତ୍ବାବଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ଶ୍ରୀମନ୍ଦିରର ବେହରଣ ଦ୍ୱାର, କଳାହାଟ ଦ୍ୱାର ଓ ଜୟ-ବିଜୟ ଦ୍ୱାରକୁ ରୁପା ଛାଉଣି କରାଯିବ। ଜନୈକ ଦାତା ଏ ବାବଦକୁ ପ୍ରାୟ ୨ ହଜାର କେଜି ରୁପା ଦାନ କରିବେ। କାର୍ତ୍ତିକ ମାସ ପୂର୍ବରୁ ଏହି କାମ ଆରମ୍ଭ ହେବ।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0