ବଲାଙ୍ଗୀର: କୋଭିଡ୍ କଟକଣା ଉଲଂଘନ ନେଇ ଜିଲ୍ଲା ପ୍ରଶାସନର ନେତୃତ୍ବରେ ୩ଟି ଦୋକାନକୁ ସିଲ୍ କରାଯାଇଛି । ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସରକାର କୋଭିଡ୍ କଟକଣା କଡ଼ାକଡ଼ି କରିଛନ୍ତି।
ପୂର୍ବ ଅନୁସାରେ ପୂଜାରେ କରୋନା କଟକଣାକୁ ସମସ୍ତେ ମାନିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ କରୋନା କଟକଣା ନ ମାନି ଲୁଗା ଦୋକାନ , ଜେନେରାଲ ଷ୍ଟୋର ଏବଂ ମୋବାଇଲ ଦୋକାନ ଖୋଲି ଗ୍ରାହକମାନଙ୍କ ଭିଡ ଜମାଇ ବ୍ୟବସାୟ କରୁଥିଲେ ବ୍ୟବସାୟୀ।
ତେବେ କଟକଣାକୁ ଫୁ କରି ଦୋକାନରେ ଗ୍ରାହକଙ୍କ ଭିଡ ଲାଗିଥିଲା। ଏହି ଦୃଶ୍ୟ ଜିଲ୍ଲା ପ୍ରଶାସନ ଆଖିରେ ପଡିବା ପରେ ତତ୍କ୍ଷାଣତ୍ ୩ଟି ଦୋକାନକୁ ସିଲ୍ କରାଯାଇଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0