ଭଦ୍ରକ : ନିର୍ମାଣଧୀନ ପୋଲରେ ଅପ୍ରୋଚ ରୋଡ଼ ହେବା ପାଇଁ ପ୍ରସ୍ତାବିତ ସ୍ଥାନରୁ ଦୋକାନ ଉଚ୍ଛେଦ ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଷେଣ୍ଢପୁର ରାସ୍ତାର ଦୋବଲଠାରେ ଗେଙ୍ଗୁଟି ନଦୀର ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି । ମାତ୍ର ନନ୍ଧୀବନ୍ଧରୁ ନିର୍ମାଣଧୀନ ପୋଲକୁ ସଂଯୋଗକରଣ ରାସ୍ତା ଉଠାଦୋକାନୀଙ୍କ ଦ୍ବାରା ଅବରୋଧ ହୋଇଥିବା ହେତୁ କାର୍ଯ୍ୟରେ ବାଧା ଉପୁଜିଥିଲା । ନିର୍ମାଣ ପରେ ଏହି ପୋଲଟିକୁ ଲୋକମାନେ ସବୁଦିନିଆ ରାସ୍ତା ଭାବେ ବ୍ୟବହାର କରିପାରିବେ ।
ଉଚ୍ଛେଦ ଦୋକାନମାନେ ପୂର୍ବରୁ ପ୍ରଶାସନ ଠାରୁ ନୋଟିସ ପାଇଥିବା ହେତୁ ସେମାନଙ୍କ କୌଣସି ଆସବାବପତ୍ର ନଷ୍ଟ ହୋଇନାହିଁ । ପ୍ରଶାସନ ପକ୍ଷରୁ ଡୋଜର ଦ୍ଵାରା କେବିନ୍ ଓ ଉଠାଦୋକନୀ ଗୁଡ଼ିକ ଉଚ୍ଛେଦ କରାଯାଇଥିଲା । ଏହି ପ୍ରକ୍ରିୟାରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ଉଚ୍ଛେଦ କାର୍ଯ୍ୟ ଚାଲିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0