spot_img

ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ

ସମ୍ବଲପୁର: ଗୋଟିଏ ଦିନରେ ଘଟାଇଲେ ତିନି ତିନଟି ଅପରାଧ । ଗତକାଲି ବୁର୍ଲା ମହତାବ ନଗର ନିକଟରେ ଜଣଙ୍କ ଘର ଆଗରେ ଭୁଜାଲି ଓ ଖଣ୍ଡାରେ ୩ଜଣଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିଲା ଏଥିରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ଏହା ସହିତ ବିଳମ୍ବିତ ରାତିରେ ବୁର୍ଲା ସହରର ୟୁନିଭରସିଟି ବସନ୍ତ ବିହାର ଅଞ୍ଚଳରେ ଦୋକାନର ଗେଟ ଭାଙ୍ଗି ଖାଦ୍ୟ ସାମଗ୍ରୀ ସହିତ ୧୪ ହଜାର ଟଙ୍କା ଚୋରି କରାଯ଼ାଇଥିବା ବୁର୍ଲା ଥାନାରେ ଅଭିଯ଼ୋଗ ହୋଇଛି । ସେହିପରି ବସନ୍ତ ବିହାର ଅଂଚଳରେ ବାସ କରୁଥିବା ଚିତ୍ତରଞ୍ଜନ ସ୍ୱାଇଁ ଓ ଏ ସାମଲ ନାମକ ଦୁଇ ଜଣ ବ୍ୟକ୍ତିଙ୍କର ଘରର କବାଟ ଭାଙ୍ଗି ଦୁର୍ବୃତ୍ତ ଚୋରି କରିବା ଉଦ୍ୟମ ବୁର୍ଲା ଥାନାରେ ଅଭିଯୋଗ ହୋଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular