ନୂଆଦିଲ୍ଲୀ: ମାଓବାଦୀ ମାନଙ୍କୁ ଦମନ କରିବା ପାଇଁ ଆଜି କେନ୍ଦ୍ର ସରକାର ଏକ ବଡ ନିଷ୍ଫତି ନେଇଛନ୍ତି । ତେବେ ଆମ ରାଜ୍ୟ ଓଡିଶା ସମେତ ଆଉ ୪ ରାଜ୍ୟ ମାଓବାଦୀଙ୍କ ବିରୋଧରେ ଏକାଠି ଲଢିବେ । କେନ୍ଦ୍ର ମନ୍ତ୍ରାଣାଳୟ ସୂତ୍ର ଅନୁସାରେ, ଓଡିଶା ସମେତ ଛତିଶଗଡ, ତେଲେଙ୍ଗାନା ଓ ମହାରାଷ୍ଟ୍ର ରାଜ୍ୟର ପୁଲିସ ସବଳ ଦ୍ୱାରା ମାଓବାଦୀମାନଙ୍କ ବିରୋଧରେ ଅଭିଯାନ ଜୋରଦାର କରିବେ । ଆନ୍ତଃରାଜ୍ୟ ସମନ୍ୱୟ ଆଧାରରେ ଚାରି ରାଜ୍ୟର ପୁଲିସ ଫୋର୍ସ ସମ୍ମିଳିତ ହୋଇ ଏ ସଂକ୍ରାନ୍ତ ରଣନୀତି ପ୍ରସ୍ତୁତ କରିବା ଲାଗି କୁହାଯାଇଛି । ସୂଚନା ଅନୁସାରେ, ଓଡିଶା ସରକାର ସମ୍ପୂର୍ଣ୍ଣ ମାଓ ମୁକ୍ତ କରିବା ନେଇ ଜୋରସୋର ଉଦ୍ୟମ ଆରମ୍ଭ କରିଛନ୍ତି । ହେଲେ ଯେଉଁ ରାଜ୍ୟରେ ଅପରେସନ ଜୋରଦାର ହେଉଛି, ତା’ର ସୀମାନ୍ତ ଅଞ୍ଚଳରେ ଥିବା ଅନ୍ୟ ରାଜ୍ୟରେ ମାଓବାଦୀମାନେ ବେଶ କିଛି ଆତ୍ମଗୋପନ କରିଯାଉଛନ୍ତି ବା କ୍ୟାମ୍ପ କରି ଶକ୍ତି ବଢାଉଛନ୍ତି । ପଡୋଶୀ ରାଜ୍ୟ ସହିତ ଉତ୍ତମ ସମନ୍ୱୟ ରହିନଥିବାରୁ ସେମାନେ ଏହାର ଫାଇଦା ନେଉଥିବା କେନ୍ଦ୍ର ସରକାର ବିଚାର କରୁଛନ୍ତି । ତେଣୁ ଆଜି କେନ୍ଦ୍ର ସରକାର ଏହାର ପ୍ରତିକାର ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଓଡିଶା, ଛତିଶଗଡ, ତେଲେଙ୍ଗାନା ଓ ମହାରାଷ୍ଟ୍ର ମିଳିତ ଭାବେ କାର୍ଯ୍ୟ କରି ମାଓବାଦୀଙ୍କୁ ସମ୍ପୁର୍ଣ୍ଣ ଦମନ କରିବାକୁ ଯୋଜନା ଚାଲିଛି ।



Visitors Today : 3
Total Visitors : 130172
Total Views : 9891619
Visitors Online Now : 0