ଖୋର୍ଦ୍ଧା ୧୪।୦୭: ଖୋର୍ଦ୍ଧା ସହରରେ ଥିବା ଘରୋଇ ହସ୍ପିଟାଲରେ ଆଜି ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି । ନିୟମ ମାନୁନଥିବା ଅଭିଯୋଗରେ ୨ଟି ଘରୋଇ ହସ୍ପିଟାଲକୁ ସିଲ୍ କରାଯାଇଛି । ସୂଚନାଯୋଗ୍ୟ ଯେ, କୋଭିଡ ନିୟମ ଠିକ୍ ରୂପେ ପାଳନ ହେଉନଥିବା ଅଭିଯୋଗରେ ଖୋର୍ଦ୍ଧା ମେଡିକାଲ ଛକ ନିକଟରେ ଥିବା ନନ୍ଦିଘୋଷ ହସ୍ପିଟାଲକୁ ପ୍ରଶାସନ ୭ ଦିନ ପାଇଁ ସିଲ୍ କରିବା ସହ ୫୦ ହଜାର ଟଙ୍କା ଫାଇନ ପାଇଁ ନୋଟିସ ହୋଇଛି। ସେହିପରି ଅନ୍ୟ ଏକ ଜୀବନରେଖା ଅଲଟ୍ରା ସାଉଣ୍ଡ କ୍ଲିନିକ୍କୁ ୭ ଦିନ ପାଇଁ ପ୍ରଶାସନ ସିଲ୍ କରିଛି। ଚଢାଉରେ ଖୋର୍ଦ୍ଧା ଏଡିଏମଓ ରଘୁନାଥ ନାୟକ , ଖୋର୍ଦ୍ଧା ପୌରପରିଷଦର କାର୍ୟ୍ୟନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଶତପଥୀ ଓ ପୋଲିସ ପ୍ରଶାସନ ସାମିଲ ହୋଇଥିଲେ। ଚଢାଉ କରାଯାଇ ଏହି ଦୁଇଟି ଘରୋଇ ହସ୍ପିଟାଲକୁ ସିଲ୍ କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0