ନୂଆଜିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓଏସ୍ଡି ରାଜେଶ ଭୂଷଣଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ମିଳିଥିବା କରୋନା ଅପଡେଟ ଅନୁଯାୟୀ , ଦେଶରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ବଢ଼ୁଛି । ଜୁଲାଇ ୧୨ ସୁଦ୍ଧା ଦେଶରେ କରୋନା ଆରୋଗ୍ୟ ହାର ୬୩% ରହିଛି । 
ତେବେ ଜାତୀୟ ହାର ଠାରୁ ୨୦ଟି ରାଜ୍ୟର ଆରୋଗ୍ୟ ହାର ଅଧିକ ବୋଲି ସେ କହିଛନ୍ତି। ଓଡ଼ିଶା, ଗୁଜରାଟ, ତାମିଲନାଡୁ ଆଦି ରାଜ୍ୟରେ ଜାତୀୟ ହାରଠାରୁ ଆରୋଗ୍ୟ ହାର ଅଧିଛି। ଓଡ଼ିଶାରେ କରୋନା ଆରୋଗ୍ୟ ହାର ୬୭ ପ୍ରତିଶତ ରହିଛି ବୋଲି ରାଜେଶ ଭୂଷଣ କହିଛନ୍ତି।
ଦେଶର ମୋଟ ଆକ୍ରାନ୍ତ ସଂଖ୍ୟାର ୮୬% ୧୦ଟି ରାଜ୍ୟରେ ରହିଛନ୍ତି। କେବଳ ମହାରାଷ୍ଟ୍ର ଓ ତାମିଲନାଡୁରେ ୫୦% ରହିଛନ୍ତି ବୋଲି ରାଜେଶ ସୂଚନା ଦେଇଛନ୍ତି।
ସେପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ଟପିଲା। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟ ୯ ଲକ୍ଷ ୬ ହଜାର ୭୫୨କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁସଂଖ୍ୟା ୨୩ ହଜାର ୭୨୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୨୮ ହଜାର ୪୯୮ ଆକ୍ରାନ୍ତ ହୋଇଥିବାବେଳେ ୫୫୩ ଜଣଙ୍କ ମୃତ୍ୟୁ ହୋଇଛି।
ତେବେ ୫ ଲକ୍ଷ ୭୧ ହଜାର ୪୬୦ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ସଂକ୍ରମିତ ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି ୩ ଲକ୍ଷ ୧୧ ହଜାର ୫୬୫ ଜଣ।
କେବଳ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୦ ହଜାର ୯୨୪ ଜଣ ହୋଇଥିବାବେଳେ ରାଜ୍ୟରେ କରୋନା ଯୋଗୁଁ ୧୦ ହଜାର ୪୮୨ ଜଣଙ୍କ ମୃତ୍ୟୁ ହୋଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0