ବଡ଼ ଷ୍ଟେସନ ହେଉ କି ଛୋଟ, ପ୍ରତ୍ୟେକ ସ୍ଥାନରେ ହଳଦିଆ ରଙ୍ଗର ବୋର୍ଡ଼ ଥିବା ଆପଣ ଦେଖିଥିବେ । ସେଥିରେ ଷ୍ଟେସନର ନାମ ଲେଖାହୋଇଥାଏ । ଏହାର ଠିକ୍ ତଳେ ସମୁଦ୍ର ତଳରୁ ଷ୍ଟେସନର ଉଚ୍ଚତା ସମ୍ପର୍କରେ ବିଶଦ୍ ବିବରଣୀ ଥାଏ । ଦୁନିଆର ଆକାର ଗୋଲ । ଏହାକୁ ସମାନ ଉଚ୍ଚତାରେ ମାପିବା ପାଇଁ ବୈଜ୍ଞାନିକଙ୍କୁ ଏକ ସମତଳ ବିନ୍ଦୁର ଆବଶ୍ୟକତା ଥିଲା । ସମୁଦ୍ର ପାଣି ଏକ ସମତଳରେ ରହୁଥିବାରୁ ଏହା ସେମାନଙ୍କ ପାଇଁ ପ୍ରକୃଷ୍ଟ ଥିଲା । ଏଠି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି, ରେଳ ଷ୍ଟେସନରେ ଏସବୁ ଲେଖିବାର କାରଣ କ’ଣ? ଟ୍ରେନ୍ ଚଳାଉଥିବା ଡ୍ରାଇଭରମାନଙ୍କ ପାଇଁ ସାହାଯ୍ୟକାରୀ ହୋଇଥାଏ । ଏହାକୁ ଦେଖି ସେ ଅଧିକ ଉଚ୍ଚତା ଚଢ଼ିବା ପାଇଁ ଇଞ୍ଜିନର ବେଗ ଓ ସେହି ଉଚ୍ଚତାରୁ ତଳକୁ ଖସିବା ପାଇଁ ବ୍ରେକ୍ ସ୍ପିଡ଼୍କୁ ନିୟନ୍ତ୍ରଣ କରିଥାଏ । ଏହା ସହ ଟ୍ରେନ ଉପରେ ଲାଗିଥିବା ତାରକୁ ମଧ୍ୟ ସମାନ ସ୍ତରକୁ ଆଣିଥାଏ । ଯାହା ଦ୍ୱାରା ବିଜୁଳୀ ତାର ସବୁ ସମୟରେ ଟ୍ରେନ୍ ସହ ଯୋଡ଼ି ହୋଇ ରହିବ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0