ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି । ସେହିଭଳି ବର୍ତ୍ତମାନ ଏକ ରହସ୍ୟମୟୀ ଜୀବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥର ସୋସିଆଲ ମିଡିଆରେ ମଣିଷ ନୁହେଁ ବରଂ ମଣିଷ ଭଳି ଦେଖାଯାଉଥିବା ଏକ ମାଛର ଫଟୋ ଭାଇରାଲ ହେଉଛି । ଆଜ୍ଞା ହଁ ଏକଥା ଆପଣଙ୍କୁ ମିଛ ଲାଗିଲେ ମଧ୍ୟ ବିଲକୁଲ୍ ସତ । ସୂଚନାଯୋଗ୍ୟ ଏହି ମାଛ ମାଲେସିୟାରେ ଦେଖିବାକୁ ମିଳିଛି । ମାଛର ଓଠ ଏବଂ ପାଟି ଦେଖିବାକୁ ବିଲକୁଲ୍ ମଣିଷ ଭଳି । ଏହି ମାଛର ଦୁଇଟି ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି, ଯାହାକୁ ଦେଖି ୟୁଜର୍ସମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଯାଇଛନ୍ତି ।
bibir dia lagi seksi dari aku 😭 pic.twitter.com/zzq8IPWzvD
— RaffNasir• (@raff_nasir) July 2, 2020
ରିପୋର୍ଟ ଅନୁଯାୟୀ ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ମାଛର ଫଟୋକୁ ବର୍ତ୍ତମାନ ୧୪ ହଜାରରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୮ ହଜାରରୁ ଅଧିକ ରିଟ୍ୱିଟ ଏବଂ ୬୦୦ରୁ ଅଧିକ କମେଣ୍ଟ ମିଳିଛି । ନ୍ୟାସନାଲ ଜୋଗ୍ରାଫି ଅନୁଯାୟୀ, ଏହି ମାଛ ନିଜର ଖରାପ ବ୍ୟବହାର ପାଇଁ ପ୍ରସିଦ୍ଧ । ଏହି ମାଛ ସମୁଦ୍ରରେ ଥିବା କଙ୍କଡା ସହ ଳଢିବା ପାଇଁ ନିଜର କଠିନ ଦାନ୍ତ ଏବଂ ଶକ୍ତିଶାଳୀ ପାଟିର ବ୍ୟବହାର କରିଥାଏ । ଏହି ମାଛ କାମୁଡିବା ଦ୍ୱାରା ଗାଡି ଚକା ମଧ୍ୟ ଲିକ୍ ହେବାର ସୂଚନା ମିଳିଛି ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0