spot_img

ଭୁବନେଶ୍ୱର ନୟାପଲ୍ଲୀରୁ ବିମାନ ବନ୍ଦର ହୋଇଥିଲା ଗ୍ରୀନ କରିଡର

ଭୁବନେଶ୍ୱର: ଆଜି ଭୁବନେଶ୍ୱର ନୟାପଲ୍ଲୀରୁ ବିମାନ ବନ୍ଦର ହୋଇଥିଲା ଗ୍ରୀନ କରିଡର । ଜଣେ ରୋଗୀକୁ ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ନେବାକୁ ହୋଇଛି ଏହି ବ୍ୟବସ୍ଥା । ନୟାପଲ୍ଲୀର ହେଲଥ୍ ଭିଲେଜ ହସ୍ପିଟାଲରୁ ବ୍ରହ୍ମଗିରିର ଅଭୟ ଜେନାଙ୍କୁ ହାଇଦ୍ରାବାଦ ନିଆଯାଇଛି । ପୁରୀର ସଂପୃକ୍ତ ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ନିଆଯାଇଛି । ଏଥିପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲା । ୭ରୁ ୮ ମିନିଟ ଭିତରେ ହସ୍ପିଟାଲରୁ ବିମାନ ବନ୍ଦର ନେବାକୁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ୬ ମିନିଟରେ ପହଁଥିଲା ଆମ୍ବୁଲାନ୍ସ । ସଂପୃକ୍ତ ବ୍ୟକ୍ତି କରୋନାରୁ ସୁସ୍ଥ ହେବା ପରେ ସଂପୃକ୍ତ ରୋଗୀଙ୍କ ସଂକ୍ରମଣ ବଢିଥିଲା । ଫୁସଫୁସରେ ସଂକ୍ରମଣ ହେବାରୁ ଅବସ୍ଥା ସଂକଟାପନ୍ନ ରହିଛି । ସଂପୃକ୍ତ ରୋଗୀଙ୍କର ଭୁବନେଶ୍ୱରରେ କୃତ୍ରିମ ଫୁସଫୁସ ଲାଗିଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲ ନିଆଯାଇଛି । ଡାକ୍ତର ସମ୍ବିତ ସାହୁଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ସାଙ୍ଗରେ ଯାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular