ଘଟଗାଁ: କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ମା ତାରିଣୀ ପୀଠରେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ଏହି ଅବସରରେ ଆଜି ମାଙ୍କୁ ଯଥା ରୀତି ଅନୁଯାୟୀ ଷୋଡଶ ଉପଚାରରେ ସକାଳୁ ମାଙ୍କର ସ୍ନାନ,ମାର୍ଜଣ,ସକାଳ ଆଳତି, ଯଜ୍ଞ ମଣ୍ଡପରେ ଚଣ୍ଡିପାଠ ପୂର୍ବ ପୂଜାର୍ଚ୍ଚନା କରାଯିବା ସହ ମାଙ୍କୁ ସୁନା ବେଶରେ ସୁସଜ୍ଜିତ କରାଯାଇଛି । ତେବେ କୋଭିଡ କଟକଣା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି । କେବଳ ସ୍ୱଳ୍ପ ସଂଖ୍ୟକ ପୂଜକଙ୍କୁ ପୂଜା କାର୍ୟ୍ୟ ସମାପନ ହୋଇଥିବା ବେଳେ ସାଧାରଣ ଦର୍ଶନାର୍ଥୀ ମାଙ୍କୁ ଦର୍ଶନ କରିବାରୁ ବଂଚିତ ହୋଇଛନ୍ତି ।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0