spot_img

ବାଲେଶ୍ବର ହେବ ରୋଜଗାରର ପେଣ୍ଠସ୍ଥଳୀ

ବାଲେଶ୍ବର ପାଖେଇ ଆସୁଛି ବାଲେଶ୍ବର ସଦର ତିର୍ତ୍ତୋଲ ଉପନିର୍ବାଚନ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାରରେ ଲାଗିପଡିଛନ୍ତି ଦଳୀୟ ନେତା ଉପନିର୍ବାଚନ ପାଇଁ ଜମିଲାଣି ପ୍ରଚାର ପ୍ରଚାର ମୈଦାନଙ୍କୁ ଓହ୍ଲାଇଛନ୍ତି ତିନି ପ୍ରମୁଖ ଦଳ ହେଭିଓ୍ବେଟ୍ ଏହି ସହୟରେ ବାଲେଶ୍ବର ସଦର ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି

ଶନିବାର ବାଲେଶ୍ବର ରୁପସାରେ ଏକ ରାଜନୈତିକ ସଭାକୁ ସମ୍ବୋଧନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଚାର କରିଛନ୍ତି ମାନସ ଦତ୍ତଙ୍କୁ ଭୋଟ୍ ଦେବାପାଇଁ ଭୋଟରଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ଏହି ଉପନିର୍ବାଚନର ପ୍ରସଙ୍ଗ ବାଲେଶ୍ବରର ବିକାଶ ବୋଲି ସେ କହିଛନ୍ତି

ବାଲେଶ୍ବର ରୋଜଗାରର ପେଣ୍ଠସ୍ଥଳୀ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟଙ୍କା ଦେଇଛନ୍ତି ହେଲେ ଓଡିଶାରେ କାମ ହେଉନାହିଁ ବାଲେଶ୍ବର ପାଇଁ ମାସରେ ହଜାରେ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ କିନ୍ତୁ ତାର ସଠିକ୍ ଉପଯୋଗ ହେଉନାହିଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣା ଚାଉଳ, ଡ଼ାଲି, ଉଜ୍ବଳା ଯୋଜନାରେ ଗ୍ୟାସ ଅନ୍ୟାନ୍ୟ ଆର୍ଥିକ ସହାୟତା ଦିଆଯାଇଛି  ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ ବାଲେଶ୍ବରରେ ହେବାର ଥିଲା କିନ୍ତୁ ତାହା ଡେରାସରେ କାହିଁକି ହେଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ ଉଠାଇଛନ୍ତି

ବାଲେଶ୍ବରବାସୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପର୍କ ଯୋଡି ହୋଇ ରହିଛି ବାଲେଶ୍ବରବାସୀ ପଦ୍ମ ଫୁଲରେ ଭୋଟ୍ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତ ମୁଠାକୁ ଟାଣ କରନ୍ତୁ ବୋଲି ପ୍ରଚାର ସଭାରେ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି

LEAVE A REPLY

Please enter your comment!
Please enter your name here

- Advertisment -

Most Popular