ନୂଆଦିଲ୍ଲୀ: ଭାରତୀୟ ସୀମାରେ ପାକିସ୍ଥାନର କ୍ୱାଡକପ୍ଟରକୁ ଗୁଳିକରି ଖସାଇଲେ ଭାରତୀୟ ସେନା । ତେବେ ଏହି କ୍ୱାଡକପ୍ଟରଟି ଚୀନ ନିର୍ମିତ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଆଜି ଜାମ୍ମୁ ଓ କଶ୍ମୀର ସ୍ଥିତ କେରନ ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ଏକ କ୍ୱାଡକପ୍ଟରକୁ ସେନା ପକ୍ଷରୁ ଠାବ କରାଯାଇଥିଲା । ଏବଂ ଏହାକୁ ତୁରନ୍ତ ଗୁଳିକରି ଖସାଇଦିଆଯାଇଥିଲା । ତେବେ ଏହାର ଭଗ୍ନାଶକୁ ଯାଞ୍ଚ କରିବା ପରେ ଏହା ଏକ ମାଭିକ-୨ ପ୍ରୋ ମଡେଲ ବୋଲଇ ଜଣାପଡିଛି । ପୂର୍ବରୁ ମଧ୍ୟ ଆତଙ୍ଗବାଦୀମାନେ ବିଭିନ୍ନ ଅତ୍ୟାଧୁନିକ କୌଶଳ ବ୍ୟବହାର କରି ଭାରତୀୟ ସୀମାରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥାନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0